ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି, ଆସିଲା ୧୨୧ ଟି ଅଭିଯୋଗ, ୪ ଟି ତ୍ୱରିତ ସମାଧାନ

1 min read
Share Like

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକରେ ଥିବା ୨୫ ଗୋଟି ପଚାଂୟତରୁ ୧୨୧ ଟି ଅଭିଯୋଗ ମଧ୍ୟରୁ ୪ ଗୋଟି ଅଭିଯୋଗକୁ ତ୍ୱରିତ ସମାଧାନ କରାଯାଇଥିବା ବେଳେ ୩ ଜଣ ଅଭିଯୋଗକାରୀଙ୍କୁ ଜିଲ୍ଲା ରେଡ୍‌କ୍ରସ ପାଣ୍ଠି ମାଧ୍ୟମରେ ୧୦ ହଜାର ୫ ଶହ ଟଙ୍କା ମଞ୍ଜୁର କରାଯାଇଛି । ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଜିଲାପାଳ ଦୀଲିପ ରାଉତରାୟ, ଅତିରିକ୍ତ ଜିଲାପାଳ ସରୋଜ ଦତ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଧନାଇ ଚରଣ ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ ପ୍ରମୁଖ ମଚାଂସିନ ଥିଲେ । ଅଭିଯୋଗ ଗୁଡିକ ମଧ୍ୟରେ ୯୭ ଟି ବ୍ୟକ୍ତିଗତ ଓ ୨୧ ଟି ଗ୍ରାମୀଣ ସମସ୍ୟା ଯଥା ଆବାସ ଯୋଜନା,ରାସନକାର୍ଡ, ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଭତା, ଜମିଜମା ବିବାଦ, ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ ମରାମତି, ବିଦ୍ୟୁତ୍ ସଂଯୋଗୀକରଣ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଉପରେ ଥିଲା । ରାନ୍ଦିଆ ବାଲୁଆ ଛକ ଠାରୁ ବନ୍ଦାଳୋ ପୁର୍ତ ବିଭାଗ ରାସ୍ତା ଟେଣ୍ଡର ପରେ ମଧ୍ୟ ହୋଇ ନହେବା, ବନ୍ତ ୫୩ ନଂ ରାଜ୍ୟ ରାଜପଥର ବନ୍ତ ତାରିଣୀ ମନ୍ଦିର ଠାରୁ ବ୍ଲକ ଛକ ରାସ୍ତାର ଉଭୟ ପାଶ୍ୱର୍ରେ ନୟନଜୋରୀ ସଫା, ତହସିଲ୍ ରାସ୍ତା ଜଳବନ୍ଦୀର ସ୍ଥାୟୀ ପ୍ରତିକାର,କୁମ୍ଭକରାଳ ଜାମିତିରା ରାସ୍ତାର ମାଇନର କେନାଲକୁ ଜଳ ନିଷ୍କାସନ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଥିଲା ।

ଆଜିର ଏହି ଶୁଣାଣୀରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଦେବୀ ପ୍ରସନ୍ନ ଘୋଷ, ଗ୍ରାମ୍ୟ ଉନ୍ନୟନ ବିଭାଗର ଗଣେଶ ହେମ୍ବ୍ରମ,ବିଦ୍ୟୁତ ବିଭାଗର ଭୁପିନ୍ଦର ସାହୁ, ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଫୁଲ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଆସନ୍ତା ୩୧ ତାରିଖ ଜିଲାପାଳ ଦିଲ୍ଲିପ ରାଉତରାୟ ଅବସର ଗ୍ରହଣ କରୁଛନ୍ତି,ଶେଷ ଅଭିଭାଷଣରେ ସରକାରଙ୍କର ଲକ୍ଷ୍ୟ ଲୋକଙ୍କ ପାଖରେ ପ୍ରଶାସନକୁ ପହଚାଂଇ ସମସ୍ୟାର ସ୍ୱଚ୍ଛ ଓ ତ୍ୱରିତ ସମାଧାନକୁ ଅଗ୍ରାଧିକାର ନେଇ ପରାମର୍ଶ ଦେଇଥିଲେ । ମିତ୍ରଭାନୁ ସ୍ୱାଇଁ, ପ୍ରକାଶ ସାହୁ, ଅନନ୍ତ କିଶୋର ପଣ୍ଡା, ବିଶ୍ୱନାଥ ସେଠୀ, ଲଳିତ ହେମ୍ବ୍ରମ୍‌, ସୁନିତା ମହାନ୍ତି , ରତନୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।  

78 Shares
1071 Views
44 Loves
❤️ Liked!

🗣️ Leave a Comment